ନୂଆଦିଲ୍ଲୀ: ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଡାକ୍ତରମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇ ସାରିଛି। ଏହି ଅତ୍ୟାଧୁନିକ ଏବଂ ଜଟିଳ ପ୍ରକ୍ରିୟା ପ୍ରସ୍ତୁତି ପାଇଁ ଏକ ପାଞ୍ଚ ଦିନିଆ ବହୁ-ଦିବସୀୟ ଅନ୍ତର୍ଜାତୀୟ ଶିକ୍ଷାଗତ ତାଲିମ ଏବଂ ଏକ ସ୍ୱତନ୍ତ୍ର କାଡାଭେରିକ୍ କର୍ମଶାଳା ଆୟୋଜନ କରାଯାଇଥିଲା। ଶୁକ୍ରବାର, ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡକ୍ଟର ମନୀଷ ସିଂଘଲ କହିଛନ୍ତି ଯେ ମୁହଁ ପ୍ରତିରୋପଣ ପାଇଁ ବୈଷୟିକ, ଚିକିତ୍ସା ଏବଂ ବହୁ-ଦିଗୀୟ ପ୍ରସ୍ତୁତି ସମାପ୍ତ ହୋଇଛି। ସରକାରୀ ଲାଇସେନ୍ସ ପାଇବା ପାଇଁ ଆଇନଗତ ପ୍ରକ୍ରିୟା ଏବେ ଚାଲିଛି। ଏମ୍ସରେ ବାର୍ଷିକ ପ୍ରାୟ ୩୦ ଜଣ ଏସିଡ୍ ପୀଡ଼ିତା ଏବଂ ୨ ହଜାରରୁ ଅଧିକ ପୋଡ଼ା ରୋଗୀ ଆସିଥାନ୍ତି। ଖୁବ୍ ଶୀଘ୍ର ରୋଗୀଙ୍କ ୱେଟିଂ ତାଲିକା ପ୍ରସ୍ତୁତ କରାଯିବ। ଏହି ସର୍ଜରୀ ସେହି ଲୋକଙ୍କ ପାଇଁ ବରଦାନ ସଦୃଶ ହେବ , ଯେଉଁମାନଙ୍କ ମୁହଁ ଏସିଡ୍ ଆଟାକ୍ , ଗୁରୁତର ଭାବେ ଜଳିଯାଇ ଥିବା କିମ୍ୱା କୌଣସି ଦୁର୍ଘଟଣାରେ ବିକୃତ ହୋଇ ଯାଇଥିବ। ବିଭାଗ ଅଧ୍ୟକ୍ଷ ଡାକ୍ତର ସିଙ୍ଘଲଙ୍କ କହିଛନ୍ତି, ଯଦି ସବୁ କିଛି ଠିକ୍ ରହେ ତା ହେଲେ ଦିଲ୍ଲୀ ଏମ୍ସ ଏକ ବର୍ଷ ମଧ୍ୟରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିଦେବ। ଏହାପରେ ଗନସଟ୍,ଇଲେକ୍ଟ୍ରିକ୍ ବର୍ନ ଓ ଏସିଡ୍ ଆଟାକ୍ ଭଳି ଘଟଣା ଗୁଡ଼ିକରେ ଯେଉଁ ଲୋକଙ୍କର ମୁହଁ ଖରାପ ହୋଇ ସାରିଛି ,ତାଙ୍କର ଫେସ୍ ଟ୍ରାନ୍ସପ୍ଲାଣ୍ଟ କରାଯାଇ ପାରିବ।ବିଶେଷଜ୍ଞଙ୍କ ଅନୁସାରେ , ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ବ୍ରେନ୍ ଡେଡ୍ କାଡେଭର ଡୋନରର ଆବଶ୍ୟକ ହୋଇଥାଏ। ଡୋନର ଠାରୁ ରୋଗୀର କଲର , ଜେଣ୍ଡର ଓ ବୟସର ମଧ୍ୟ ମେଳ ହେବାର ଜରୁରୀ ହୋଇଥାଏ। ଦାନର ଦୁଇ ଘଣ୍ଟାରେ ପ୍ରତ୍ୟାରୋପଣ କରିବାକୁ ହୋଇଥାଏ। ଚେହେରା ପ୍ରତ୍ୟାରୋପଣ ପରେ ତ୍ୱଚାରେ ସମ୍ୱେଦନଶୀଳତା ଆସିବାରେ ପାଖାପାଖି ଛଅ ମାସ ଲାଗିଥାଏ। ହେଲେ ରୋଗୀଙ୍କୁ ସାରା ଜୀବନ ଇମ୍ୟୁନୋସ୍ପ୍ରେସନର ଔଷଧ ନେବାକୁ ହୁଏ।


ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »



ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »
