February 26, 2026 12:13 am

ଦେବଗଡ଼ରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼: ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବାରକୋଟ ଥାନା ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଚିତ୍କାର କରିବାରୁ ବଳାତ୍କାରୀଙ୍କୁ ଗ୍ରାମବାସୀ କାବୁ କରି ନିର୍ଧୂମ ମାଡ ମାରିଛନ୍ତି। ଗ୍ରାମବାସୀଙ୍କ ମାଡ଼ରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦ୍ଧାର କରି ଉଦିତଙ୍କୁ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି। ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତ ରହିଛନ୍ତି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ସୂଚନା ଦିଆଯାଇଛି। ଘଟଣା ବିଷୟରେ ଅଦାଲତଙ୍କୁ ଅବଗତ କରାଯାଇଛି। ଚିକିତ୍ସା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ ମିଶ୍ର ସୂଚନା ଦେଇଛନ୍ତି।