February 26, 2026 1:24 am

ଆମ ବସକୁ ଦୁର୍ଘଟଣା ପରେ ଭଙ୍ଗାରୁଜା ଘଟଣାରେ ଦୁଇ ଗିରଫ

ଭୁବନେଶ୍ବର: ଅଶୋକ ନଗରରେ ଆମ ବସ ଦୁର୍ଘଟଣା ପରେ ଭଙ୍ଗାରୁଜା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ପ୍ରଦୀପ ଦାସ ଓ ପି. କ୍ରିଷ୍ଣା ରେଡ୍ଡୀ । ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ l ଭୁବନେଶ୍ୱର ଅଶୋକ ନଗର ଠାରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା ଆମ ବସ୍ ଯାହାକୁ ନେଇ ଆକ୍ରୋସର ଶିକାର ହୋଇଥିଲେ ଆମ ବସ୍ ଓ ବସ୍ କର୍ମଚାରୀ । ୩ ଟି ଗାଡିକୁ ଭାଙ୍ଗି ଚୁରମାର କରିଦେଇଥିଲେ ଦୁର୍ବୁତ୍ତ । ପୋଲିସ ସମ୍ମୁଖରେ କରିଥିଲେ ଢେଲାମାଡ଼ । ଯାହାକୁ ନେଇ ପୋଲିସ ମଧ୍ୟ ଲାଠି ଚାଳନା କରିଥିଲା । କିନ୍ତୁ ଢେଲାମାଡ଼ ଦ୍ୱାରା କେବଳ ଡ୍ରାଇଭର ନୁହେଁ, ବରଂ କିଛି ଯାତ୍ରୀ ମଧ୍ୟ ଆହତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏଥିରେ ଆଉ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।