February 26, 2026 11:56 pm

ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକ ଗିରଫ

ପୁରୀ: ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନାମ ପ୍ରତୀକ ମିଶ୍ର ବୋଲି ଜଣା ପଡିଛି । ସୂଚନା ଅନୁଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରତୀକ। ହେଲେ ଏଥିରେ ବିଫଳ ହେବାରୁ ଉକ୍ତ ମହିଳାଙ୍କ ନାଁରେ ଏକ ଆକାଉଣ୍ଟ କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ନେଇ ମଧ୍ୟ ପୋଷ୍ଟ କରିଥିଲେ।ଧମକପୂର୍ଣ୍ଣ ପୋଷ୍ଟ ପରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା କିଏ ଏବଂ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ସୋସିଆଲ ମିଡିଆରେ ପୋଷ୍ଟ କରିଛି ? ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା l ତଦନ୍ତ ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ l