February 26, 2026 11:50 pm

ସ୍କୁଲରେ ଶିକ୍ଷୟିତ୍ରୀ ଲହୁଲୁହାଣ

ବୁର୍ଲା: ବୁର୍ଲା ଅପର ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଲହୁ ଲୁହାଣ ହେବାର ଭିଡିଓ ଭାଇରାଲ ହୋଇଛି। କିର୍ବା ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷୟିତ୍ରୀ ସଂଖ୍ୟା ମାତ୍ର ୩ । ଏହି ମାସରେ ଜଣେ ଶିକ୍ଷୟିତ୍ରୀ ଅବସର ମଧ୍ୟ ନେବାର ଅଛି। ଏହି ଭିଡିଓରେ ମହିଳା ଶିକ୍ଷୟତ୍ରୀ ଜଣଙ୍କ ମୁଁହ ଫାଟି ସେ ଲହୁ ଲୁହାଣ ହୋଇଥିବା ବେଳେ ଜଣେ ଛାତ୍ର ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣରୁ ଏହି ଗଣ୍ଡଗୋଳ ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଶିକ୍ଷାନୁଷ୍ଠାନରେ ଏହି ଘଟଣାକୁ ସ୍ଥାନୀୟ ଅଭିଭାବକ ମହଲରେ ନିନ୍ଦା କରାଯାଉଛି। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ କିପରି ଭାବରେ ସୁରୁଖୁରୁରେ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିବ ତାହା ଚିନ୍ତାର କାରଣ ପାଲଟିଛି। ତେଣୁ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ସମାଧାନ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।