February 26, 2026 2:24 am

ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପ୍ରଶଂସା କଲେ ଅନୁଭବ

କଟକ: ଅନୁଭବଙ୍କ ମୁହଁରେ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା । ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ଏହା ଏକ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଖାଲି ମୋକିମ ଏବଂ ସୋଫିଆଙ୍କୁ ପ୍ରଶଂସା କରିଥିଲେ। ମୋକିମଙ୍କୁ ସେ ପିଲାବେଳୁ ଜାଣିଛନ୍ତି, ତାଙ୍କଠାରୁ ବହୁତ ଭଲ ପାଇବା ମିଳେ, ସେ ମଧ୍ୟ ଭଲ ପାଇବା ଏବଂ ସମ୍ମାନ ଜଣାନ୍ତି। ସୋଫିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଭଲ କାମ ମଧ୍ୟ କରନ୍ତୁ। ଅନୁଭବ ମୋକିମଙ୍କ ନୂଆ ଦଳ ବିଷୟରେ କିଛି ଜାଣି ନଥିବା କିମ୍ବା ମୋକିମଙ୍କ ସହିତ କିଛି ଆଲୋଚନା ହୋଇନଥିବା କହିଛନ୍ତି । ସବୁବେଳେ ଅନ୍ୟ ଦଳରେ ଥାଇ ମୋକିମ ଭାଇଙ୍କୁ ଭଲ ପାଇଛନ୍ତି ଏବଂ ମୋକିମ ମଧ୍ୟ ଅନ୍ୟ ଦଳରେ ଥାଇ ତାଙ୍କୁ ଭଲ ପାଇବା ଦେଇଛନ୍ତି ବୋଲି ଅନୁଭବ କହିଛନ୍ତି ।