February 26, 2026 8:39 am

ବିଜେପି କାର୍ଯ୍ୟାଳୟ ପହଞ୍ଚିଲେ ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ

ନୂଆଦିଲ୍ଲୀ: ୨୦୨୦ରେ ଗଲୱାନ ଘାଟିରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ଚୀନର ରାଜନୈତିକ ଦଳର ପ୍ରତିିନିଧିମଣ୍ଡଳ ଭାରତର କ୍ଷମତାସୀନ ବିଜେପି ପାର୍ଟି ସହ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି । ଚୀନ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ ସୁନ ହାଇୟାନ, ଯିଏ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଅନ୍ତର୍ଜାତୀୟ ବିଭାଗର ଭାଇସ ମିନିଷ୍ଟର । ଏହି ସୂଚନା ଦେଇଛନ୍ତି ବିଜେପିର ବୈଦେଶିକ ମାମଲା ବିଭାଗର ପ୍ରଭାରୀ ବିଜୟ ଚୌଥାଇୱାଲେ । ସେ କହିଛନ୍ତି, ଚୀନ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ କେମିତି ଆଲୋଚନା ଆଗକୁ ବଢିବ ସେ ନେଇ ଚର୍ଚ୍ଚା ହୋଇଛି ।