February 26, 2026 3:27 am

ବିଜେପି ପାଳୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ଶ୍ରୀଲିଙ୍ଗରାଜଙ୍କ ପାଖରେ ଜଳିଲା ୧୦୦୦ ଦୀପ

ଭୁବନେଶ୍ୱର: ୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଅନୁଷ୍ଠିତ ହୋଇଛି । ସୋମନାଥ ସ୍ୱାଭିମାନ ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତ କରିବା ସହ ‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ କରିବେ। ସୋମନାଥ ମନ୍ଦିରରେ ଓଁକାର ମନ୍ତ୍ର ଜପ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ସମୃଦ୍ଧ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଓଡ଼ିଶାର ସମସ୍ତ ଶୈବପୀଠରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ଜ୍ୱଳନ କରାଯାଉଛି। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ୧୦୦୦ ଦୀପ ପ୍ରଜ୍ଜଳନ କରାଯାଇ। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦାନ କରିଛନ୍ତି।