February 26, 2026 3:20 am

ସଡ଼କ ଦୁର୍ଘଟଣା ରେ ଚାଲିଗଲା ମହିଳା ସାମ୍ବାଦିକାଙ୍କ ଜୀବନ

ଭୁବନେଶ୍ୱର :ମଙ୍ଗଳବାର ଦିନ ପିପିଲି ନିକଟସ୍ଥ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ସକାଳେ ଦୁଇ ଜଣ ମହିଳା ଏକ ସ୍କୁଟି ରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍‌ଟି ସ୍କୁଟିକୁ ଧକ୍କା ଦେଇଥିଲା।ପରେ ସ୍କୁଟରଟିକୁ ପ୍ରାୟ ୨୦ରୁ ୩୦ମିଟର ଘୋଷାଡ଼ି ନେଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପ୍ରମେୟ ନ୍ୟୁଜ୍-୭ ସାମ୍ବାଦିକା ଶିଲା ପଟ୍ଟନାୟକ ବୋଲି ଜଣାପଡିଛି।