February 26, 2026 10:02 am

ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମହମ୍ମଦ ମୋକିମ୍

ଭୁବନେଶ୍ବର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ। ଆଭାସ ଦେଲେ ମହମ୍ମଦ ମୋକିମ୍। ସେ କହିଛନ୍ତି ଯେ, ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ଼ ସୁଯୋଗର ଆବଶ୍ୟକତା ରହିଛି। ସେଥିପାଇଁ ସେ ଆମ ସହ ଯୋଗାଯୋଗରେ ଅଛନ୍ତି। ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସଭା ଅବସରରେ କଂଗ୍ରେସ ଦଳର ହାଇକମାଣ୍ଡଙ୍କୁ ମୋକିମ୍ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯିଏ ନିଜକୁ ନିଜେ ତିଆରି କରିଥିବେ ତାକୁ ସାଇଡ୍ କରି ଅନ୍ୟ କାହାକୁ ଦାୟିତ୍ଵ ଦେଲେ ସଙ୍ଗଠନ ପଛେଇ ଯାଏ। ଯାହା ଏବେ କଂଗ୍ରେସ ଦଳରେ ହୋଇଛି।ମୋକିମ୍ ପୁଣି କହିଛନ୍ତି ଯେ, ଦିଲ୍ଲୀ ସୁପ୍ରିମୋ ପିସିସି ସଭାପତି ପଦକୁ ବାରମ୍ବାର ପରିବର୍ତ୍ତନ କରି ରାଜ୍ୟରେ ଭୋଟ ପ୍ରତିଶତକୁ କମାଇ ଦେଇଛନ୍ତି। ଜାନକୀ ବାବୁ ଆଦର୍ଶରେ କଂଗ୍ରେସ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ କଂଗ୍ରେସ ଦଳର କୌଣସି ନେତା ଚାଲିବାର ଆନ୍ତରିକତା ଦେଖାଯାଉ ନାହିଁ।