ଭୁବନେଶ୍ବର: ଆଜି ରୁପାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ କୁ ପଛପଟୁ ଆସି ଧକ୍କା ଦେଇଥିଲା ଆମ ବସ lଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଡିସିପି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସଟି ରୁଟ୍ ନମ୍ବର -୩୨ ର ବୋଲି ଜଣାପଡିଛି ।
Post Views: 120









