ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ତିନି ସେନା ପାଇଁ ପ୍ରାୟ ୭୯,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏଥିରେ ସ୍ଥଳସେନା ପାଇଁ ଶତ୍ରୁର ଶକ୍ତିଶାଳୀ ଲକ୍ଷ୍ୟକୁ ସଠିକ ଭାବେ ଭେଦ କରିବା ପାଇଁ ଲୋଇଟର ମ୍ୟୁନିସନ୍ ସିଷ୍ଟମ, କମ୍ ଉଚ୍ଚତାରେ ଉଡୁଥିବା ଶତ୍ରୁ ଡ୍ରୋନ୍ ଚିହ୍ନଟ ପାଇଁ ହାଲୁକା ଓଜନର ରାଡାର। ପିନାକା ରକେଟ୍ ସିଷ୍ଟମ ପାଇଁ ଅଧିକ ଦୂରଗାମୀ ଏବଂ ସଠିକ ଲକ୍ଷ୍ୟଭେଦୀ ଗାଇଡେଡ୍ ରକେଟ୍ ଆମୁନିସନ୍ ରହିଛି।ନୌସେନା ପାଇଁ ସମୁଦ୍ର ମଧ୍ୟରେ ଜାହାଜ ଓ ସବ୍ମାରିନ୍ର ଗତିବିଧିକୁ ସହଜ କରିବା ପାଇଁ ବୋଲାର୍ଡ ପୁଲ୍ ଟଗ୍ସ। ସୁରକ୍ଷିତ ଯୋଗାଯୋଗ ପାଇଁ ହାଇ-ଫ୍ରିକ୍ୱେନ୍ସି ସଫ୍ଟୱେୟାର ରେଡିଓ। ଭାରତ ମହାସାଗରରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦୂରଗାମୀ ଡ୍ରୋନ୍ ଲିଜ୍ରେ ନିଆଯିବ।ଏହା ସହିତ ଭାରତୀୟ ବାୟୁସେନା ପାଇଁ ବିମାନର ସୁରକ୍ଷିତ ଅବତରଣ ଓ ଉଡ଼ାଣ ରେକର୍ଡିଂ ପାଇଁ ଅଟୋମେଟିକ୍ ଟେକ୍-ଅଫ୍ ଲ୍ୟାଣ୍ଡିଂ ରେକର୍ଡିଂ ସିଷ୍ଟମ। ଶତ୍ରୁ ପକ୍ଷର ବିମାନକୁ ଦୂରରୁ ନଷ୍ଟ କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର ପାଇଁ ଏହି ଅର୍ଥରାଶି ଖର୍ଚ୍ଚ କରାଯିବ l ଯାହାଦ୍ୱାରା ଦେଶ ର ପ୍ରତିରକ୍ଷା କ୍ଷମତାଅଧିକ ସୁଦୃଢ଼ ହେବ l









