February 26, 2026 12:13 am

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତାଙ୍କ ମତରେ, ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ସ୍ଥାନୀୟ ଥାନାରେ ତୁରନ୍ତ ଏତଲା ଦେବା ପାଇଁ ସୁପରାଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ପାଢୀ ଆହୁରି କହିଛନ୍ତି, ନିଜେ ସେବାପୂଜା କରିବା ପରିବର୍ତ୍ତେ ଅନ୍ୟଜଣଙ୍କୁ ନିୟୋଜିତ କରିଥିବା ସଂପୃକ୍ତ ସେବକଙ୍କ ବିରୁଦ୍ଧରେ ସେବକ ନିଯୋଗ ମାଧ୍ୟମରେ ଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆଇନ ନୁଯାୟୀ ଦଣ୍ଡ ଦିଆଯିବ । ନିଶା ନୃସିଂହ ମନ୍ଦିରରେ ସେବାପୂଜାରେ ନିୟୋଜିତ ସେବକମାନଙ୍କ ବ୍ୟତୀତ, ଅନ୍ୟ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ବନ୍ଦ ରହିବ ।
ସୂଚନା ଥାଉକି , ଗତ ୨୪ ଡିସେମ୍ବର ସନ୍ଧ୍ୟାବେଳେ ଜଣେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ ପଶ୍ଚିମ ଦ୍ଵାର ପଟେ ଥିବା ନିଶା ନୃସିଂହ ମନ୍ଦିରରେ ଭକ୍ତଙ୍କ ସହ ଅସଦାଚରଣ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ ।