February 26, 2026 3:27 am

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍‌ ରେ ଯାତ୍ରା କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ଆଲୋଚନା ହୋଇଛି। ପ୍ରାୟ ୧୪୨୨ ଟି ସରକାରୀ ବସରେ ଏପରି ସୁବିଧା ପ୍ରଦାନ କରାଯିବ। ସ୍କୁଲ୍ ୟୁନିଫର୍ମ ଓ ଆଇକାର୍ଡ ଦେଖାଇ ଛାତ୍ରଛାତ୍ରୀମାନେ ଏହି ସେବା ପାଇପାରିବେ। କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ, ତାହା OSRTC ସ୍ଥିର କରିବ। କେବଳ ଗ୍ରାମାଞ୍ଚଳ ସ୍କୁଲ୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି।
ଏଥିସହିତ ଏଣିକି ଅନ୍‌ଲାଇନ୍‌ ସହ ଅଫ୍‌ଲାଇନ୍‌ରେ ବି ଇ-ଚାଲାଣ ପୈଠ କରିହେବ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ମୋବାଇଲ ନଂ ଅପଡେଟ୍ ନ ଥିବାରୁ OTP ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ -ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।