February 26, 2026 11:10 am

ବଡ଼ ଦିନ ଉପଲକ୍ଷେ ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ ବଡ଼ ଦିନ ଉପଲକ୍ଷେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର ବୋର୍ଡ ଅଫ୍ ଡାଇରେକ୍ଟର ଡିଷ୍ଟିଙ୍ଗୁଇସ୍‌ଡ ସଦସ୍ୟା ଶ୍ରୀମତି ଉପାସନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସିକ୍କିମ୍‌ର ମେକ ଅପ୍ ଆର୍ଟିଷ୍ଟ ଶ୍ରୀ ଏଥେନ୍ ସୈଲେଶ ପ୍ରଧାନ ଯୋଗ ଦେଇ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଏକ ଶୁଭ ସମୟ ଓ ଆନନ୍ଦର ବାର୍ତ୍ତା ଵହ ବୋଲି କୁହାଯାଇଥାଏ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଦ କ୍ରାଉନ୍ ଆଇଏଚ୍‌ସିଏଲ୍ ସିଲେକ୍ସନ ହୋଟେଲ୍‌ର ଫୁଡ ଆଣ୍ଡ ବେଭେରେଜ୍ ମ୍ୟାନେଜର ଶ୍ରୀ ଲିପନ୍ ପାତ୍ର, ଆମ୍ବେଦକର କଲେଜର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ନାୟକ, କ୍ରିିଷ୍ଣା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ସାଇନସେସ୍‌ର ପ୍ରଫେସର (ଡକ୍ଟର) ସ୍ୱର୍ଣ୍ଣଲତା ମିଶ୍ର, ରାଜଧାନୀ ମହାବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର ସ୍ମୃତି ରେଖା ସାହୁ, ପଟିଆ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତ୍ରିଲୋଚନ ରଥ ଏବଂ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ ।