ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ଗୁରୁବାର ଦିନ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନଙ୍କୁ ଭାରତର ନାଗରିକ ଭାବରେ ମୁଁ ସ୍ବାଗତ କରୁଛି”। ନୂଆକରି ନାଗରିକତ୍ୱ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୯୯୮ରୁ ବାଙ୍ଗଲାଦେଶରୁ ଆସିଥିବା ବାପିନ ମିର୍ଦ୍ଧା କହିଥିଲେ ଯେ, ଏହି ନାଗରିକତା ପ୍ରମାଣପତ୍ର ଆମକୁ ଭିଟାମାଟିର ବାସିନ୍ଦା ଭାବେ ନୂଆ ପରିଚୟ ଦେଇଛି । ଏହା ମାଧ୍ୟମରେ ଆମର ବହୁଦିନର ସ୍ୱପ୍ନ ପୂରଣ ହୋଇଛି । ଆଜିର ଏହି ଦିବସ ଆମକୁ ଭାରତୀୟ ନାଗରିକତ୍ୱ ଦେଇ ଗର୍ବିତ କରିଛି ।


ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »



ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »
