ରାଉରକେଲା: ରାଜଗାଙ୍ଗପୁରରେ ଜଣେ କଲେଜ ଛାତ୍ରୀ ଆତ୍ମାହୁତି କରିଛନ୍ତି। ତାଙ୍କ ଶରୀରର ୯୦% ଅଂଶ ପୋଡି ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଗାଙ୍ଗପୁର ଲାଞ୍ଜିବର୍ଣ୍ଣା ଅଂଚଳର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଆତ୍ମାହୁତି କରିବା ପଛର କାରଣ କଣ ତାହା ଏବେ ଯାଏଁ ଜଣାପଡିନାହିଁ। ବର୍ତମାନ ତାଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ। ଏହି ଘଟଣା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ। କେଉଁ କାରଣରୁ ଏହି ଘଟଣା ଘଟିଲା ତାର ଅନୁଧ୍ୟାନ କରାଯାଉଥିବା ନେଇ କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି। ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ କି କାହିଁକି ଏମିତି କଲେ ଛାତ୍ରୀ ଜଣଙ୍କ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛାତ୍ରୀଙ୍କର ଚିକିତ୍ସା ଚାଲିଥିବାବେଳେ ସେ ଗୁରୁତର ଅବସ୍ଥାରେ ଅଛନ୍ତି । ଏଭଳି ଘଟଣା ରାଜ୍ୟରେ ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ବାଲେଶ୍ୱରରେ ଜଣେ ଛାତ୍ରୀ ନିଜକୁ ଜାଳି ଦେଇଥିଲେ। ଯାହା ରାଜ୍ୟବାସୀଙ୍କୁ ଭୟଭୀତ କରିଥିଲା। ସମାନ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡରେ।









