December 6, 2025 12:56 pm

ବିଜେଡି ଛାଡ଼ିଲେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ

ଭଦ୍ରକ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେଦ୍ର ପ୍ରସାଦ ବିଶ୍ଵାଳ l ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପଠାଇଛନ୍ତି। ଦୁଇଦିନ ପୂର୍ବରୁ ଭଦ୍ରକ ଜିଲ୍ଲାର ତିନି ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି l ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି। ତେବେ ବର୍ତ୍ତମାନ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ, ସେ ନେଇ ସ୍ପଷ୍ଟ କରିନାହାନ୍ତି। ଜିଲ୍ଲାରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇଯାଇଛି l ସେପଟେ ଚାରି ବ୍ଲକ ଅଧ୍ୟକ ଛାଡିବାପରେ ଭଦ୍ରକ ନେତା ମାନଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ।