December 6, 2025 1:32 pm

ରାଜଧାନୀ ର ପ୍ରମୁଖ ରାସ୍ତା ଗୁଡିକରେ ପାର୍କିଂ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ ସମ୍ମୁଖ ରେ ଥିବା ରାସ୍ତାରେ ଲୋକମାନେ ବେଆଇନ ଭାବରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟିବା ସହ ବିଭିନ୍ନ ଛକରେ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି ।ଓଡ଼ିଶା ଅର୍ବାନ ପୁଲିସ ଆଇନ ଅନୁଯାୟୀ ସହରରେ ଥିବା ପ୍ରମୁଖ ରାସ୍ତାରେ ପାର୍କିଂ ଉପରେ କଟକଣା ଜାରି ହୋଇଛି। ରାସ୍ତାଗୁଡିକ ହେଲା ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ,ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍କୋଛକ,ଶିଶୁଭବନଛକ ରୁ ରାଜମହଲ,ମାଣ୍ଟରକ୍ୟାଣ୍ଟିନ ରୁ ବାଣୀବିହାର,ରସୁଲଗଡ଼ ରୁ ଜୟଦେବ ବିହାର,ଗୋପବନ୍ଧୁଛକ ଠାରୁ କଳ୍ପନା,କଳାରାହାଙ୍ଗା ଛକ ଠାରୁ ନନ୍ଦନକାନନ,ସିଆର୍ ପି ଠାରୁ ୟୁନିଟ୍-୮ ଡ଼ିଏଭିସ୍କୁଲ,ଶ୍ରୀୟା ରୁ ପିଏଚଡି ଛକ,ଫାୟାର ଷ୍ଟେସନ ଠାରୁ ସିଟି କଲେଜ,ଖଣ୍ତଗିରି ଠାରୁ ପୋଖରୀପୁଟ,ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ l ଉକ୍ତ ସ୍ଥାନ ଗୁଡିକରେ ରାସ୍ତା ଉପରେ ପାର୍କିଂ କଲେ ଜୋରିମାନା ଦେବା ପାଇଁ ପଡିବ ।