ଗୁଜୁରାଟ: ଗୁଜରାଟର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀଗୁଡ଼ିକର ମିଳିତ ଉଦ୍ୟମରେ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଏହି ୩ ଜଣଙ୍କର ସଂପର୍କ ଥିବା ବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଏଟିଏସ୍ କହିଛି। ଗିରଫ ଆତଙ୍କବାଦୀମାନେ ହେଉଛନ୍ତି, ଅହମଦ ମୋହିଉଦ୍ଦୀନ ସୈୟଦ, ମହମ୍ମଦ ସୁହେଲ ଓ ଆଜାଦ ସୈଫୀ। ୩୫ ବର୍ଷୀୟ ଅହମଦ ମୋହିଉଦ୍ଦୀନ ସୈୟଦ ଜଣେ ଡାକ୍ତର। ଏହି ତିନି ଆତଙ୍କବାଦୀ ଆଇଏସ୍ଆଇଏସ୍ର ଶାଖା ଆଇକେଏସ୍ପି (Islamic State Khorasan Province) ସହିତ ସଂପୃକ୍ତ ଥିଲେ। ଏହି ତିନି ଜଣଙ୍କ ଉପରେ ଗୁଜରାଟ ଏଟିଏସ୍ ପ୍ରାୟ ବର୍ଷେ ହେଲାଣି ନଜର ରଖିଥିଲା।ଗିରଫ ୩ ଆତଙ୍କବାଦୀ ଏହି କେମିକାଲକୁ ବ୍ୟବହାର କରି ‘ରାୟଜିନ’ ନାମକ ଏକ ବହୁତ ବିଷାକ୍ତ ତରଳ ରସାୟନିକ ପଦାର୍ଥ ତିଆରି କରିବା ପ୍ରକ୍ରିୟାରେ ଥିଲେ। ଗୁଜରାଟ ଏଟିଏସ ର ସୂଚନା ଅନୁଯାୟୀ, ‘ରାୟଜିନ’ ସାୟନାଇଡ୍ ଠାରୁ ବି ଅଧିକ ଘାତକ। ଅଳ୍ପ ରାୟଜିନ ବହୁ ଲୋକଙ୍କ ଜୀବନ ନେଇପାରେ। ତେବେ ଗିରଫ ଆତଙ୍କବାଦୀମାନେ ‘ରାୟଜିନ’ର ବ୍ୟବହାର କେଉଁ ଭଳି ଭାବେ କରିଥା’ନ୍ତେ, ସେ ନେଇ ତଦନ୍ତ ଜାରି ରହିଥିବା ଏଟିଏସ୍ ପକ୍ଷରୁ କୁହାଯାଇଛି।





