December 6, 2025 12:50 pm

ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ । ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଥିବା ସୂଚନା ମିଳିଛି । ସେପଟେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନାଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ପୋଲିସ । ଗତକାଲି ସେ ଥାନାରେ ଆତ୍ମସମର୍ପଣ କରିଥିଲେ । ତେବେ ଅନ୍ୟ ଏକ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଜାରି ହୋଇଥିବା ଜଣେ ପଦସ୍ଥ ପୋଲିସ ଅଧିକାରୀ କହିଛନ୍ତି l ସୁଦର୍ଶନ ଗୋପାଳପୁରର ଜଣେ ନେତାଙ୍କ ସହ ମିଶି ବ୍ୟବସାୟ କରନ୍ତି । ଏଣୁ ଆବଶ୍ୟକ ହେଲେ ପୋଲିସ ତାଙ୍କୁ ମଧ୍ୟ ଡାକି ପଚରା ଉଚରା କରିପାରେ । ସେପଟେ ଜେଲ ଭିତରେ ଅନ୍ୟ ଗୋଷ୍ଠୀଙ୍କ ଦ୍ୱାରା ବିପଦ ଆଶଙ୍କା କରି ଅଭିଯୁକ୍ତ ତଥା ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯିବ । ଏ ନେଇ ଜେଲ ଅଧିକାରୀ ଙ୍କ ପକ୍ଷରୁ sdjm କୋର୍ଟରେ ପିଟିସନ ଦାଖଲ କରାଯାଇଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୩ ରେ ପହଞ୍ଚିଛି । ଗତକାଲି ସୁନୀଲ ହୋତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଗିରଫ ହୋଇଥିବା ଜଣେ ପୁରୁଣା ଅପରାଧୀର ଭାଇ ପୋଲିସ ସ୍କାନରରେ ରହିଛି ।