April 12, 2026 12:33 pm

ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ହାସ୍ୟ ଅଭିନେତା ଅସରାନୀଙ୍କର 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି lଗଣମାଧ୍ୟମକୁ ସୂଚନା ଦେଇ , ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି ରହିଥିଲେ ହେଁ ଅଭିନେତା ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ଅସରାନୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।