December 6, 2025 5:10 pm

ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

ଭୁବନେଶ୍ୱର: ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର। କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର। ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରେ ଘଟିଛି ଘଟଣା । ଖବର ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ୨ ଦିନ ପୂର୍ବେ ଚନ୍ଦକା ପୋଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିବାବେଳେ, ଅଭିଯୁକ୍ତ ଜଣଙ୍କ ଚାଲାକି କରି ପାଖରେ ଠିଆ ହୋଇଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇଥିଲା । କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବାକୁ ନେଇ ଏବେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।