ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ତେବେ ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ଖବର ମିଳିଛି । ଖବର ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଥିଲା । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ଜମିଜମା ବିବାଦ ବୋଲି ପୋଲିସ ଜାଣିବାକୁ ପାଇଛି । ସ୍କୁଟିରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲା । ଏକାଧିକ ରାଉଣ୍ଡ ଫାଇରିଂ ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ ଜୋନ ଏସିପି ଓ ଆଇଆଇସି ପହଞ୍ଚିଥିଲେ ।
Post Views: 61





