December 6, 2025 10:19 am

ଏୟାର ଇଣ୍ଡିଆର ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରିବାକୁ ଏଫଆଇପି ର ଦାବି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ଯାନ୍ତ୍ରିକ ସମସ୍ୟାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଲା ଭାରତୀୟ ପାଇଲଟ ସଂଘ(ଏଫଆଇପି) । ଏଫଆଇପି ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଉ ବୋଲି ସରକାରଙ୍କ ନିକଟରେ ୩ଟି ଦାବି କରିଛି l ଉକ୍ତ ଦାବି ଗୁଡିକ ମଧ୍ୟରେ ରହିଛି DGCA ଦ୍ୱାରା ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଉ, ସମ୍ପୂର୍ଣ୍ଣ ଡ୍ରିମଲାଇନର୍ ଫ୍ଲିଟ୍‌କୁ ଗ୍ରାଉଣ୍ଡେଡ୍ କରାଯାଉ ଏବଂ ସେଗୁଡିକର ବୈଦ୍ୟୁତିକ ବ୍ୟବସ୍ଥା ଯାଞ୍ଚ କରାଯାଉ ବୋଲି DGCA ଅଡିଟ୍ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ଭାରତୀୟ ପାଇଲଟ ସଂଘ ।

ସୂଚନା ମୁତାବକ, ଅକ୍ଟୋବର ୯ ତାରିଖରେ ଭିଏନାରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ AI154 ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁବାଇକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପୂର୍ବରୁ ଅକ୍ଟୋବର ୪ରେ ମଧ୍ୟ ଅମୃତସରରୁ ବର୍ମିଂହାମ ବିମାନବନ୍ଦରରେ ଅବତରଣ କରିବା ସମୟରେ AI117 ରେ ଏକ ରାମ୍ ଏୟାର ଟର୍ବାଇନ୍ (RAT) ନିୟୋଜିତ ହୋଇଥିଲା । ଏତିକି ନୁହେଁ ବରଂ ଜୁନ୍ ୧୨ରେ ଅହମ୍ମଦାବାଦ ଦୁର୍ଘଟଣାର ଶୀକାର ହୋଇଥିଲା । ଯେଉଁଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି କାରଣରୁ ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଉ ବୋଲି ଏଫଆଇପି ଦାବି କରିଛି ।