ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍ଙ୍କୁ ନୋଟିସ୍ ହୋଇଛି। ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ ।
Post Views: 73









