December 6, 2025 1:01 pm

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଗଠନ କଲା କମିଟି । ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ନେଇ ବିଜୁ ଜନତା ଦଳ ଗଠନ କରିଛି ଷ୍ଟିଅରିଂ କମିଟି । ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ଷ୍ଟିଅରିଂ କମିଟି ସଦସ୍ୟ । ସେହିପରି ୧୦ ବରିଷ୍ଠ ନେତାଙ୍କୁ ନେଇ ମଧ୍ୟ ଏକ ଜୋନାଲ କମିଟି ଗଠନ କରାଯାଇଛି । ଯେଉଁଥିରେ ଛଅ ଜଣ ନେତାଙ୍କୁ ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ବ ଓ ଚାରି ଜଣଙ୍କୁ ଅର୍ବାନ୍ ଲୋକାଲ ବଡ଼ି ଜୋନ୍ ଦାୟିତ୍ବ ପ୍ରଦାନ କରାଯାଇଛି । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ ଦେଇଛନ୍ତି ନବୀନ । ସାରଦା ନାୟକ ଓ କଳିକେଶ ନାରାୟଣ ସିଂହଦେଓଙ୍କୁ ନୂଆପଡ଼ା ଏନଏସି, ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଖରିଆର ଏନଏସି ଦାୟିତ୍ବ ମିଳିଛି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ପ୍ରଦୀପ ମାଝୀ ଓ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ ପ୍ରଦାନ କରିଛନ୍ତି ଦଳ ସଭାପତି । ଏହାବାଦ ଲୋକାଲ ଆକ୍ସନ କମିଟିରେ ୩ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି । ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ଯୋଶୀ ଓ ମନୋଜ ମିଶ୍ର ଲୋକାଲ ଆକ୍ସନ କମିଟି ସଦସ୍ୟ ରହିଛନ୍ତି ।