December 6, 2025 3:23 pm

ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ବା ଇସିଆଇଙ୍କ ତରଫରୁ ଆଜି ଏନେଇ ସୂଚନା ଦିଆଯାଇଛି । ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନୂଆପଡା ଉପନିର୍ବାଚନ ନେଇ ଆଜି ବିଗୁଲ ବାଜିଛି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ହେଉଛି ଉପ ନିର୍ବାଚନ ।ଇସିଆଇଙ୍କ ସୂଚନା ଅନୁସାରେ ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୭ ଦିନ ନାମାଙ୍କନ ବା ପ୍ରାର୍ଥୀପତ୍ର ଦାଖଲ ହେବ । ଅକ୍ଟୋବର ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ଅକ୍ଟୋବର ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖରେ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି । ସେହିପରି ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ନୂଆପଡା ଉପ ନିର୍ବାଚନ । ନଭେମ୍ବର ୧୪ ତାରିଖରେ ଗଣତି ସହ ଫଳାଫଳ ଘୋଷଣା କରାଯିବ।