December 6, 2025 8:30 pm

ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା

ପୁରୀ: ମଙ୍ଗଳବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ସେଥିପାଇଁ ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା କରାଯାଇଛି । ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନ ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ , ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା ହୋଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ବ୍ୟବସ୍ଥା କରାଯାଇଛି lସେହିପରି ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରା ହୋଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୬ ଇନସ୍ପେକ୍ଟର, ୬ ସବ ଇନସ୍ପେକ୍ଟର ରହିଛନ୍ତି ।ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମହିଳା ମାନେ ଏହି ବ୍ରତରେ ସାମିଲ ହେବେ । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସମସ୍ତ ପ୍ରକାର ର ସୁବିଧା ଯୋଗାଇ ବାକୁ ବ୍ୟବସ୍ଥା କରିଛି l