December 6, 2025 8:33 am

ମହିଳାଙ୍କୁ ଅପହରଣ ଘଟଣା: ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୁଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାର୍ଯ୍ୟ କଲା ଅଭିଯୁକ୍ତ ସେନେଇ ପୁଲିସ୍ ତଦନ୍ତ କରୁଛି । ପୂର୍ବରୁ ମହିଳାଙ୍କୁ ଅପହରଣ କରିବାବେଳର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଟ୍ରକ୍‌ ଡ୍ରାଇଭର ଜଣଙ୍କ ଏକୁଟିଆ ଠିଆ ହୋଇଥିବା ସୁଯୋଗ ନେଇ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।ଘଟଣା ଜଣାପଡ଼ିବା ପରେ ଭଦ୍ରକରେ ହଇଚଇ ଖେଳିଯାଇଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଥିଲାl