ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୬ ଗୁରୁତର

କଟକ :ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ଭସାଣି ଯାତ୍ରା ସମୟ ରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ନାରାବାଜି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା। ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ।ଏଥିରେ ୬ରୁ ଅଧିକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ରାସ୍ତା ପାର୍ଶ୍ବରେ ଥିବା ବାଇକ୍‌ ଭଙ୍ଗାରୁଜା ହେବା ସହ ବିଭିନ୍ନ ଦୋକାନ ଆଗରେ ‌ଷ୍ଟଲ୍‌ ଭଙ୍ଗାରୁଜା ହୋଇଛି। ପୁଲିସ ଉପସ୍ଥିତିରେ ଏଭଳି ଗଣ୍ଡଗୋଳକୁ ନିନ୍ଦା କରିବା ସହ ପୁଲିସର ନିଷ୍କ୍ରିୟତା ଅଭିଯୋଗ ଆଣିଛନ୍ତି। ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।

Leave a Comment