ଭୁବନେଶ୍ୱର:ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କିନ୍ତୁ ବିଭିନ୍ନ ନଦୀରେ ଜଳ ସ୍ତର ସ୍ଥିର ରହିଛି । ରାଜ୍ୟରେ ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟକୁ ବନ୍ୟା ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ । ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁଁ କେବଳ ଗୋଟିଏ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ଥିବାବେଳେ ଅନ୍ୟ ନଦୀମାନେଙ୍କର ଜଳ ସ୍ଥର ସ୍ଥିର ରହିଛି । କେବଳ ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗରରେ ବଂଶଧାରା ଜଳସ୍ତର ୫୫.୨୪ ମିଟରରେ ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବାରୁ ପ୍ରଶାସନ ସଜାଗ ରହିଛି l
Post Views: 67









