ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତଶିଶୁର ବାପା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ବାହାରେ ଡାକ୍ତରଙ୍କ ଗିରଫ ଦାବିରେ ପ୍ରତିବାଦ କରୁଛନ୍ତି । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ । ରାତିରେ ପୁଣି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣି ହସ୍ପିଟାଲ ଆଣିଥିଲେ । ପରେ ଶିଶୁର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଦାବି କରି ପରିବାର ଲୋକ ଡାକ୍ତରଙ୍କ ଗିରଫ ସହ ନିଲମ୍ବନ ଦାବି କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏହା ସହିତ ମୃତ ଶିଶୁପୁତ୍ର ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
Post Views: 62









