December 6, 2025 10:21 pm

ଏସିଆ କପରେ ଭାରତର ବିଜୟ ଅଭିଯାନ

ଦୁବାଇ :ଏସିଆ କପରେ ୟୁଏଇକୁ ୯ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫୮ ରନ୍‌ ବିଜୟ ଲକ୍ଷ୍ୟକୁ ୪.୩ ଓଭରରେ ପୂରା କରିଛି। ଭାରତର ପାଳି ଆରମ୍ଭ କରିଥିଲେ ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୪୮ ରନ୍‌ର ଭାଗିଦାରୀ କରିଥିଲେ। ଅଭିଷେକ ୧୬ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୩୦ ରନ୍‌ ସଂଗ୍ରହ କରିଥିଲେ। ଗିଲ୍‌ ୯ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୨୦ ରନ୍‌ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭ ରନ୍‌ କରିଥିଲେ। ସେ ୨ଟି ବଲ୍‌ ଖେଳିଥିଲେ, ଯେଉଁଥିରୁ ଗୋଟିଏ ଛକା ଥିଲା। ଭାରତ ମୋଟ୍‌ ୬୦ ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ବୋଲରମାନେ ୟୁଏଇ ବିପକ୍ଷରେ ଶକ୍ତିଶାଳୀ ବୋଲିଂ କରିଥିଲେ। ଫଳରେ ୟୁଏଇର ବ୍ୟାଟରମାନେ ଭଲ ରନ୍‌ ସ୍କୋର କରିପାରି ନଥିଲେ। ୟୁଏଇ ପାଇଁ ବ୍ୟକ୍ତିଗତ ଭାବେ ଉଭୟ ପ୍ରାରମ୍ଭିକ ବ୍ୟାଟର ୪୧ ରନ୍‌ ସଂଗ୍ରହ କରିପାରିଥିଲେ। ଆଲିଶାନ ଶରାଫୁ ୧୭ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୨ ରନ୍‌ କରିଥିଲେ। ସେହିପରି ଅଧିନାୟକ ମହମ୍ମଦ ୱାସିମ ୨୨ଟି ବଲ୍‌ ଖେଳି ୩ଟି ଚୌକା ବଳରେ ୧୯ ରନ୍‌ ସଂଗ୍ରହ କରିଥିଲେ।