December 6, 2025 1:02 pm

ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ। ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ। ଶାସକ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ରେ ବିଭାଜନ ଏଡାଇବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇସିବା ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ବର୍ଷ ପରେ ଇସିବା ଇସ୍ତଫା ଦେଇଛନ୍ତି। ଜୁଲାଇରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ​​LDPର ଏକ ବଡ଼ ପରାଜୟ ହୋଇଥିଲା। ସେବେଠାରୁ ତାଙ୍କ ଇସ୍ତଫା ଦାବି ଆରମ୍ଭ ହୋଇଥିଲା। ଯାହା ପରେ ରବିବାର ଇସିବା ଇସ୍ତଫା ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ ଇସିବା ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୀର୍ଘ ଦିନ ଧରି ନେତୃତ୍ଵ ପରିବର୍ତ୍ତନ ପାଇଁ ଦଳ ଭିତରେ ଦାବି ହୋଇଆସୁଥିଲା। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀ ଦଳରେ ଏକତା ବଜାୟ ରଖିବା ଲାଗି ବାଧ୍ୟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି।ତେବେ ସେ ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି l