December 6, 2025 12:57 pm

ରାଜଧାନୀରେ ନାବାଳକ ନିଖୋଜ, କରାଟେ କ୍ଲାସକୁ ଯାଇ ଆଉ ଘରକୁ ଫେରିନି ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ଟେର୍ ପାଉନି ପୋଲିସ । ତେବେ ନାବାଳକ ଜଣକ କରାଟେ କ୍ଲାସ୍ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ବୋଲି କହିଛନ୍ତି ମାଆ । ସେପଟେ, ବିକଳ ହୋଇ ଗଳି କନ୍ଦି ଖୋଜି ବୁଲୁଛି ମାଆ । ନିଜେ ସିସିଟିଭି ଭିଜୁଆଲ ସଂଗ୍ରହ କରୁଛନ୍ତି । ସିସିଟିଭିରେ ପୁଅ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ହେଲେ କରାଟେ କ୍ଲାସ୍ ଯାଇ ପୁଅ ଏବେ ସୁଦ୍ଧା ଘରକୁ ଫେରି ନ ଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଲେ ମା’ । ପୁଅ ଆଉ ଘରକୁ ଫେରିବ କି ନାହିଁ ସେନେଇ ସନ୍ଦେହରେ ଅଛନ୍ତି । ଗଳି କନ୍ଦି ଖୋଜି ବୁଲୁଛି ମା’ ।