ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ । ଅର୍ଚ୍ଚନାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଜଗବନ୍ଧୁଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ସେ କହିଛନ୍ତି, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଜଗବନ୍ଧୁଙ୍କୁ ଅଟକ ରଖିଥିବାବେଳେ ତାଙ୍କ ନିକଟରୁ ଏକ ଛୁରୀ ଜବତ କରାଯାଇଛି । ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ବର୍ତ୍ତମାନ ଛାଡ଼ପତ୍ର ମାମଲା ଜାରି ରହିଛି । ଉଭୟ ଭୁବନେଶ୍ୱରରେ ଅଲଗା ଅଲଗା ରହୁଛନ୍ତି । ତେବେ ଗତ ୩୦ ତାରିଖରେ ବିଳମ୍ବିତ ରାତିରେ ଅର୍ଚ୍ଚନାଙ୍କ ସତ୍ୟନଗରସ୍ଥିତ ବାସଭବନକୁ ଜଗବନ୍ଧୁ ପଶିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅର୍ଚ୍ଚନା ଗେଟ୍ ଖୋଲି ନ ଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଅର୍ଚ୍ଚନା ସେହି ସମୟର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ଅର୍ଚ୍ଚନା ଏବଂ ତାଙ୍କ ପୁଅଙ୍କୁ ଜଗବନ୍ଧୁ ହତ୍ୟା ଉଦ୍ୟମ ଓ ଧମକ ଦେଇଥିବା ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଜଗବନ୍ଧୁଙ୍କୁ ନେଇ ଥାନାରେ ଅଟକ ରଖିଛି ।









