May 30, 2026 12:48 pm

ଏଥର ଦୁର୍ଗାପୂଜା ଭସାଣି ହେବ ପାରମ୍ପରିକ ରୀତିନୀତିରେ

ଭୁବନେଶ୍ୱର: ଏଇ ବର୍ଷ ରୀତିନୀତିରେ ହେବ ଦୁର୍ଗାପୂଜା ଭସାଣି । ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବନି। ଭସାଣିରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୋଲିସ କମିଶନର ଏସ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟ କର୍ତ୍ତାମାନେ ଯୋଗ ଦେଇଥିଲେ।