February 26, 2026 5:08 pm

ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର: ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଅନୁଯାୟୀ, ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି। ଭୁବନେଶ୍ୱର ସହିତ ମୁମ୍ବାଇ, କୋହିମା, ବିଶାଖାପାଟଣାମ୍, ଆଇଜୋଲ, ଗ୍ୟାଙ୍ଗଟକ୍ ଓ ଇଟାନଗରକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ରିପୋର୍ଟରେ ଦର୍ଶା ଯାଇଛି। ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଆକାଡେମିସିଆନ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଆଜି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ, ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟଣା ଓ ଜୟପୁରକୁ ମହିଳା ସୁରକ୍ଷାରେ ନିମ୍ନ ସ୍ଥାନ ମିଳିଛି। ନାରୀ ୨୦୨୫ ରିପୋର୍ଟ ଅନୁସାରେ, ଏହି ସହରଗୁଡ଼ିକରେ ଦୁର୍ବଳ ଭିତ୍ତିଭୂମି, ପିତୃସତ୍ତାକ ମନୋଭାବ ଓ ଅପର୍ଯ୍ୟାପ୍ତ ପ୍ରାତିଷ୍ଠାନିକ ପ୍ରତିକ୍ରିୟା ମୁଖ୍ୟ କାରଣ।