May 31, 2026 1:02 am

ପାତ୍ରପଡ଼ା ଦୁର୍ଘଟଣା , ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:-ପାତ୍ରପଡ଼ାରେ ହିଟ ଆଣ୍ଡ ରନ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଧରପଗଡ଼ ପରେ ଏବେ ଧରା ପଡ଼ିଛନ୍ତି କିଲର ସ୍କର୍ପିଓର ଦୁଇ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ। ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ। ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ । ରାକ୍ଷୀ ପୂର୍ଣ୍ଣିମା ଦିନ ସ୍କର୍ପିଓ-ଥର ଧକ୍କାରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଥିଲା ।ସୂଚନାଯୋଗ୍ୟ, ପବିତ୍ର ରାଖୀ ପୂର୍ଣ୍ଣିମା ଦିନ ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନିଜ ପିଲାମାନଙ୍କୁ ଧରି ଜଣେ ମହିଳା ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ଅଗଷ୍ଟ ୧୦ ତାରିଖରେ ତାଙ୍କ ମା’ ମଧ୍ୟ ମୁର୍ତ୍ୟୁ ବରଣ କରିଥିଲେ l