ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୯ ଲକ୍ଷ ରାସନ କାର୍ଡ ଧାରୀଙ୍କ ହୋଇ ପାରିନାହିଁ ଇ କେୱାଇସି । ଏହି ହିତାଧିକାରୀମାନେ କେବଳ ରାସନ କାର୍ଡ଼ରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। କାରଣ E-KYC ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ସେମାନେ ବାଦ୍ ପଡ଼ିବେ ।
ସରକାରୀ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ଲକ୍ଷ ୭୮ହଜାର ହିତାଧିକାରୀ ରାସନ କାର୍ଡ଼ ପାଇଁ E-KYC କରିନାହାନ୍ତି । ସେହିଭଳି ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରରୁ ମଧ୍ୟ ଲକ୍ଷାଧିକ ହିତାଧିକାରୀ E- KYC କରିନଥିବା ଜଣାପଡ଼ିଛି । E-KYC କରିନଥିବା ହିତାଧିକାରୀଙ୍କ ଲାଗି ଜୁନ୍ ୩୦ରୁ ରାସନ ସାମଗ୍ରୀ ଯୋଗାଣ ବନ୍ଦ କରିଦିଆଯାଇଛି । ଯେଉଁମାନେ ଆସନ୍ତା ସେପ୍ଟେମ୍ବର ୩୦ ଭିତରେ E-KYC କରିବେ ତାଙ୍କୁ ପୁଣି ରାସନ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।ସେପଟେ ଏବେ ବି ଡିଲର ପଏଣ୍ଟରେ ଲୋକଙ୍କ E-KYC ହୋଇପାରୁନଥିବା ଅଭିଯୋଗ ହେଉଛି । E-KYC ନକଲେ କେବଳ ରାସନ ସାମଗ୍ରୀ ନୁହେଁ, ବରଂ ଗରିବଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନାରୁ ମଧ୍ୟ ସେମାନେ ବାଦ୍ ପଡ଼ିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଶେଷ କରି ଗରିବ ଶ୍ରେଣୀଙ୍କୁ ମିଳୁଥିବା ଆବାସ ଯୋଜନା, ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା, ପିଲାଙ୍କ ପାଠ ପଢା ପାଇଁ ମିଳୁଥିବା ଛାତ୍ରବୃତ୍ତି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ସରକାରୀ ଯୋଜନାରୁ ସେମାନେ ବାଦ ପଡିବେ ।









