December 6, 2025 3:38 pm

ବିଏସଇ ଓ ସିଏଚଏସଇ ର ହବ ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ କୁ ଏକ ବୋର୍ଡରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶାର ଏକ ସମୀକ୍ଷା ବୈଠକରେ ନିଆଯାଇଛି। ଏହି ମିଳନ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ସହ ପରୀକ୍ଷା ଓ ପାଠ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଆଣିବ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି, ଯାହା ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଦିଗ ଦେବ ବୋଲି କୁହାଯାଉଛି।ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ଓ ଆସନ୍ତା ତିନି ବର୍ଷ ମଧ୍ୟରେ ୪୪,୪୩୩ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସ୍କୁଲ ଶିକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ବିଶ୍ୱାସ କରାଯାଉଛି।