December 6, 2025 2:01 pm

ବୋଇଂ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିଥିବା ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡ ହେବାରୁ ଉଡ଼ାଣକୁ ବାତିଲ କରାଯାଇଛି । କିନ୍ତୁ ଏଥିରେ କାହାର ଜୀବନହାନି ଘଟିନାହିଁ ବୋଲି ସୂଚନା ମିଳୁଛି ।

ସୂଚନାନୁଯାୟୀ, ମିଆଁମି ଯାଇଥାନ୍ତା ବିମାନ। ଟେକଅଫ୍ ବେଳେ ଆମେରିକାନ୍ ଏୟାରଲାଇନ୍ସର ଏହି ବିମାନରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଫଳରେ ବିମାନରୁ ଧୂଆଁ ଉଠିବା ସହିତ ଲୋକମାନେ ଦୌଡିଥିଲେ । ବାମ ପାର୍ଶ୍ବ ଚକା ପାଖରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏପରି ଘଟଣା ଆମେରିକା ସମୟ ଅପରାହ୍ଣ ୨.୪୫ ମିନିଟ୍ ସମୟରେ ଦେଖିବାକୁ ମିଳିଥିଲା । ଏଥିରେ ଥିବା ୬ ଜଣ କ୍ରୁର ସଦସ୍ୟଙ୍କ ସମେତ ୧୭୯ ଜଣେ ଯାତ୍ରୀ ଥିଲେ । ସମସ୍ତଙ୍କ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କିନ୍ତୁ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଲ୍ୟାଣ୍ଡିଂ ଗିଅର ଫେଲ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ FAA (ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍) ଏବଂ ଏୟାରଲାଇନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।