ଭୁବନେଶ୍ୱର ମହାନଗର ନିଗମ ଅଫିସରେ ମାର୍ପିଟ୍ । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟରଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଆଜି ବିଏମ୍ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନିକଟକୁ କର୍ପୋରେଟରଙ୍କ ଲୋକେ ଅଭିଯୋଗ ଶୁଣାଣି କରୁଥିଲେ । ଏହି ସମୟରେ ହଠାତ୍ କର୍ପୋରେଟରଙ୍କ କିଛି ସହଯୋଗୀ ଅତିରିକ୍ତ କମିଶନରଙ୍କ ଚାମ୍ବର ମଧ୍ୟକୁ ପଶି ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏପିରିକି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ଏହାସହିତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ।
Post Views: 1