June 26, 2025 7:04 pm

ଏନ୍‌କାଉଣ୍ଟରରେ ୩ ଟପ୍‌ ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟର୍ ହୋଇଛି। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ନିହତ ମାଓବାଦୀଙ୍କ ମୁଣ୍ଡ ପାଇଁ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା। ଏନକାଉଣ୍ଟରରେ ସେଣ୍ଟ୍ରାଲ କମିଟି ମେମ୍ବର ସମେତ ୩ ଟପ୍ କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ଅରୁଣା,ସୀତାରାମ ଜିଲ୍ଲା ଏରିଆ କମ୍ମିଟି ACM କ୍ୟାଡ଼ର ମାଓବାଦୀ ଅମିତ ବରଦାର ନିହତ ହୋଇଛନ୍ତି। ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ଏବେବି ଗୁଳିବିନିମୟ ଜାରି ରହିଛି । ଅନ୍ୟପଟେ ଛତିଶଗଡ଼ରେ ମାଓବାଦୀ ବର୍ବରକାଣ୍ଡ ଦେଖାଇଛନ୍ତି। ତିନି ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି।