June 27, 2025 3:04 am

ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜାଙ୍କ ଚିଠି

ପୁରୀ: ସାରା ବିଶ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତଥା ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ ସମ୍ପର୍କରେ ପଦକ୍ଷେପ ନେବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ନିଜ ପତ୍ର ( ଇମେଲ୍ ମାଧ୍ୟମରେ) ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶାସ୍ତ୍ରରେ ଅନୁମୋଦିତ ନ ଥିବା ତିଥିରେ ପାଳନ କରୁଥିବା ନଜରକୁ ଆସିଅଛି । ଏହା ସମ୍ପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ । ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଇଣ୍ଟରନେଟରେ ଏସମ୍ପର୍କରେ ଦିଆଯାଇଥିବା ଘୋଷଣାନାମାକୁ ମଧ୍ୟ ଚିଠି ସହିତ ସଂଲଗ୍ନ କରାଯାଇଅଛି । ଗଜପତି ମହାରାଜା ଲେଖିଛନ୍ତି ଯେ, ଗତ ମାର୍ଚ୍ଚ ୨୦ ତାରିଖରେ ଠାରେ ହୋଭୁବନେଶ୍ୱରଇଥିବା ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ ଇସ୍କନର ଯୁକ୍ତିକୁ ଖଣ୍ଡନ କରିବା ସହ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥି ( ଏବର୍ଷ ଜୁନ୍ ୧୧ ତାରିଖ) ପାଳନ ହୋଇପାରିବ ଏବଂ ଆଷାଢ ଶୁକ୍ଳ ଦ୍ବିତୀୟ (ଏବର୍ଷ ଜୁନ୍ ୨୭ ତାରିଖ ) ଠାରୁ ଆଷାଢ ଶୁକ୍ଳ ପକ୍ଷ ଦଶମୀ (ଏବର୍ଷ ଜୁଲାଇ ୫ ତାରିଖ) ପବିତ୍ର ନଅ ଦିନ ମଧ୍ୟରେ ହିଁ ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡାଯାତ୍ରା) ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ ଭାବେ କହିଥିଲେ I