April 12, 2026 10:59 am

ଅହମ୍ମଦାବାଦ ପ୍ଲେନ୍ କ୍ରାସ:ବିମାନ ରେ ଥିଲେ ୨୪୨ ଜଣ ଯାତ୍ରୀ

ନୂଆଦିଲ୍ଲୀ: ଅହମ୍ମଦବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏହି  ଦୁର୍ଘଟଣା ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି। ବିମାନଟି ବିମାନବନ୍ଦରର କାନ୍ଥ ସହ ଧକ୍କା ହେବା ପରେ ଆବାସିକ ଅଞ୍ଚଳରେ ପଡି ନଷ୍ଟ ହୋଇଛି। ଅହମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ବଡ଼ ଦୁର୍ଘଟଣା । ଏୟାର ଇଣ୍ଡିଆର ଏକ ବିମାନ ଜଳି ଯାଇଥିବା ଜଣା ପଡିଛି  । ଯେଉଁଥିରେ ପ୍ରାୟ ୨୦୦ ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି  । ଟେକଅପ ସମୟରେ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଛି  । ଫଳରେ ନିଆଁରେ ଆକାଶ ଧୂଆଁମୟ ହୋଇ ଉଠିଛି  ।  ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣା ପଡିଛି ।