June 26, 2025 2:49 pm

ମୁମ୍ବାଇ ଥାନେ ରେଲୱେ ଷ୍ଟେସନରେ ଅଘଟଣ;୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ବଡ଼ ରେଳ ଦୁର୍ଘଟଣା । ଥାନେର ମୁମ୍ବାଇ ରେଲୱେ ଷ୍ଟେସନରୁ ସିଏସଏମଟି ଅଭିମୁଖେ ଯାଉଥିବା ଲୋକାଲ୍ ଟ୍ରେନରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡିଥବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।ମିଳିଥିବା ସୂଚନାନୁସାରେ, ୧୦ ରୁ ୧୨ ଯାତ୍ରୀ ଟ୍ରେନରୁ ଖସି ପଡିଛନ୍ତି । ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ।  ପ୍ରାଥମିକ ତଦନ୍ତ ଅନୁସାରେ, ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାରକାରୀ ଦଳ, ପୋଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ସୋମବାର ଅଫିସ ସମୟରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନରେ ଚଢାଚଢି ସମୟରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।