February 26, 2026 11:25 am

୨୦୨୬ରେ ପଶ୍ଚିମବଙ୍ଗ-ତାମିଲନାଡୁରେ ସରକାର ଗଢିବୁ: ଅମିତ ଶାହ

ଚେନ୍ନାଇ: ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି । କିଛିଦିନ ତଳେ କୋଲକାତା ଗସ୍ତରେ ଥିବା ଶାହ ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟୁଥିବା କହିଥିବା ବେଳେ ପୁଣି ସେହି କଥାକୁ ତାମିଲନାଡୁରେ ଦୋହରାଇ ପଶ୍ଚିମବଙ୍ଗ ସହ ତାମିଲନାଡୁରେ ବି ବିଜେପି ସରକାର ଗଢୁଥିବା ସେ ଦମ୍ଭ ଦେଖାଇଛନ୍ତି ।ମଦୁରାଇରେ ଷ୍ଟାଲିନ୍ ସରକାରଙ୍କୁ ନିଶାନା କରିଛନ୍ତି ଶାହ । ଦୁର୍ନୀତିର ସବୁ ସୀମା ଟପିଗଲାଣି ଡିଏମକେ ସରକାର । ଗତ ୪ ବର୍ଷ ଭିତରେ ଗରିବଙ୍କୁ ଶୋଷଣ, ବାଲି ଦୁର୍ନୀତି ଭଳି ବଡ ବଡ଼ ସ୍କାମରେ ଲିପ୍ତ ରହିଥିବା ଷ୍ଟାଲିନ୍ ସରକାର ଏଥର ଗାଦି ହରାଉଛି ଆଉ ତାମିଲନାଡୁରେ ବିଜେପି ସରକାର ଗଢୁଛି ବୋଲି କହିଛନ୍ତି ଶାହ ।