ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଆଜି କର୍ପୋରେଟରଙ୍କୁ ବିଏମସି ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ୭୦ ଜଣ ଷ୍ଟାଫ କେବଳ ବିଭିନ୍ନ ୱାର୍ଡରେ ତେଲ ସ୍ପ୍ରେ କରିବା ପାଇଁ ନିୟୋଜିତ କରାଯାଇଛି ।
ଆସନ୍ତାକାଲିଠୁ ଟାୟାର ଲିଫଟିଙ୍ଗ ମଧ୍ୟରେ କରାଯିବ । ସମସ୍ତ ୱାର୍ଡରେ ବୁଲୁଥିବା ସଫେଇ ଗାଡି ଗୁଡିକୁ ଡେଙ୍ଗୁ ଆୱାରନେସରେ ବ୍ୟବହାର କରାଯିବ ସହ ସମସ୍ତ ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ନେଇ ସଚେତନ କରାଯିବ । ଏହାସହ ଗତବର୍ଷ ଯେଉଁ ୱାର୍ଡଗୁଡିକରେ ଅଧିକ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେହି ୱାର୍ଡ ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଏସି ମେୟର ।
Post Views: 15